ଚାରମାଳ: ପଥରକୁଦିଆ ଛକରୁ ଦେଶୀବନ୍ଧୁକ ଜବତ, ଶିକାରୀ ଗିରଫ
ପଥରକୁଦିଆ ଛକରୁ ଦେଶୀବନ୍ଧୁକ ଜବତ, ଶିକାରୀ ଗିରଫ ସମ୍ବଲପୁର ଜିଲ୍ଲା ଚାରମାଳ ପୁଲିସ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଶିକାରୀକୁ ଗିରଫକରି ତା'ଠାରୁ ଏକ ଦେଶୀବନ୍ଧୁକ ଜବତ କରି ବୁଧବାର ସକାଳେ କୋର୍ଟ ଚାଲାଣ କରିଛି ଗିରଫ ଶୀକାରି ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର ଏଗେନ୍ ସେରେଙ୍ଗ । କେତେକ ସହଯୋଗୀ ସହ ଜଙ୍ଗଲକୁ ଶିକାର ପାଇଁ ଯାଉଥିବା ଖବରପାଇ ଚାରମାଳ ପୁଲିସ ଛକି ରହିଥ୍ଲା । ପଥରକୁଦିଆ ଛକ ନିକଟରୁ ଏଗେନ୍କୁ କାବୁକରି ତା' ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ଜବତ କରିଥିବାବେଳେ ସହଯୋଗୀମାନେ ଫେରାର ହୋଇଯାଇଥିଲେ ।