ଆଜି ଅନୁଗୋଳ ଠାରେ ଆୟୋଜିତ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳାର ଶୁଭାରମ୍ଭ କଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା । ପୂର୍ବାହ୍ନ 11 ଟାରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ କରି ବିଧାୟକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ୱରେ ଆମ ରାଜ୍ୟରେ ମତ୍ସ୍ୟ ଚାଷ ଓ ପଶୁପାଳନ କ୍ଷେତ୍ରରେ ନିରନ୍ତର ପ୍ରଗତି ହେଉଛି । ମେଳାରେ ମାଛ ଉତ୍ପାଦନ, ଉନ୍ନତ ପଶୁପାଳନ ପ୍ରଣାଳୀ, ଟିକାକରଣ, ସରକାରୀ ଯୋଜନା, ଅନୁଦାନ, ପ୍ରଶିକ୍ଷଣ ସୁବିଧା, ଉପକରଣ ଏବଂ ଗୁଣବତ୍ତାମୂଳକ ଚାଷ ଇତ୍ୟାଦି ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ କରାଯାଇଛି ।