ବାଲି ମାଫିଆଙ୍କ ବିରୋଧରେ ଜାରି ରହିଛି ପୋଲିସର ଆକ୍ସନ । ଆଜି ମଧ୍ୟାହ୍ନ 12 ଟାରେ ପୋଲିସ କଣିହାଁ ବଡତ୍ରିବିଡା ରାସ୍ତାରେ ଅଚାନକ ଚଢାଉ କରି ବାଲି ବୋଝେଇ ହାଇୱା ଜବତ କରିଛି । ସୂଚାନ ଅନୁସାରେ ସିଙ୍ଗିଡା ନଦୀରୁ ଦୀର୍ଘ ଦିନ ହେବ ବେଆଇନ ବାଲି ଚାଲାଣ ଅଭିଯୋଗ ହେଉଥିଲା । ଆଜି ଅଚାନକ ପୋଲିସ ବାଲି ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ କରିଥିଲା l ଗାଡି ଜବତ ସହ ପୋଲିସ ଘଟଣାର ତଦନ୍ତ କରୁଛି । ବାଲି ମାଫିଆ ଫେରାର ହେବାରେ ସଫଳ ହୋଇଛି ।