ହାତୀ ଆକ୍ରମଣରେ ବୃଦ୍ଧ ମୃତ। ମୃତକ ବୃଦ୍ଧ ଜଣକ ହେଲେ ବାଙ୍ଗିରିପୋଷି ରେଞ୍ଜ ଖଇରବଣି ଗାଁ ର ଜଗେଶ୍ଵର ନାଏକ। ସେ ସୋମବାର ସକାଳୁ ଗାଈ ଚୋରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ହଠାତ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ସେଠାରେ ହାତୀ ଜଗେଶ୍ଵରଙ୍କୁ ଗୋଇଠା ମାରିବା ସହ ଦଳି ଚକଟି ଦେଇଥିଲା। ତୁରନ୍ତ ନିକଟରେ ଥିବା ଅନ୍ୟ ସାଥୀ ମାନେ ଉଦ୍ଧାର କରି ଖଟିଆ ସାହାଯ୍ୟରେ ଘରକୁ ବୋହି ଆଣିଥିଲେ। ଘରୁ କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗାଡ଼ିରେ ଆଣିବା ପରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ଆଜି ଦିନ ପ୍ରାୟ ୧ ଟାରେ ମୃତ ଘୋଷଣା କରିଛନ୍ତି।