ଗୋବିନ୍ଦପୁର ମକର ମେଲଣ ପଡ଼ିଆ ରେ ଗତ ପ୍ରାୟ ଶହେ ବର୍ଷ ରୁ ହରିହର ମିଳନ ସହ ପ୍ରସିଦ୍ଧ ମକର ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ମାତ୍ର ବର୍ତ୍ତମାନ ରାଜସ୍ବ ବିଭାଗ ବେଆଇନ ଭାବେ ଉକ୍ତ ଜମି କୁ ସ୍ଥାନୀୟ ଏକ ପରିବାର ଙ୍କ ନାମ ରେ ପଟ୍ଟା ପ୍ରଦାନ କରିବା କୁ ଚେଷ୍ଟା କରୁଥିବା ବେଳେ ଉଦ୍ୟାନ ବିଭାଗ ର ସରକାରୀ ଆମ୍ବ ବଗିଚା କୁ ମଧ୍ୟ ସଂପୃକ୍ତ ପରିବାର ନାମ ରେ ପଟ୍ଟା ପ୍ରଦାନ କରାଯାଇଛି। ବେଆଇନ ଭାବେ ସର୍ବସାଧାରଣ ଜମି ପଟା ପ୍ରଦାନ କୁ ବିରୋଧ କରି ଅଞ୍ଚାଲବସି ମାନେ ଗୋବିନ୍ଦପୁର ଜଗନ୍ନାଥ ମନ୍ଦିର ପରିସର ରେ ଗୁରୁବାର ଏକ ବୈଠକ କରିବା ସହ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି।