ବର୍ତ୍ତମାନ ଯୁବପିଢ଼ି ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ହୋଇପଡ଼ୁଛନ୍ତି। ପ୍ରତିଯୋଗିତାମୟ ସମୟରେ ଯୁବମାନେ ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ପକ୍ଷରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷଠାରେ ଆଜି ରାତି ୭ଟା ସମୟରେ ଆୟୋଜିତ ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ଆହ୍ୱାନ ଦିଆଯାଇଛି। ଅଧ୍ୟାପକ ଡ. କବିରାଜ ଭୋଇଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଛାତ୍ରଛାତ୍ରୀମାନେ ନିଜ ସମସ୍ୟା ଉପସ୍ଥାପନ କରିଥିଲେ।