ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ସମିତିର ପଂଚମ ସାଧାରଣ ବୈଠକ ଅନୁଷ୍ଠିତ ହେଇଯାଇଛି । ବି.ଡି.ଓ ଧୃବ ଚରଣ ମୁଦୁଲିଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ସମିତି ଅଧ୍ଯକ୍ଷ ଦୟାନିଧି ମାଝୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ବିଦ୍ୟୁତ୍, ମତ୍ସ୍ୟ ସମ୍ପଦ, ପ୍ରାଣୀ ପାଳନ ଏବଂ ପ୍ରାଣୀ ଚିକିତ୍ସା, ଗ୍ରାମ୍ୟ ଗୃହ ନିର୍ମାଣ, ମନରେଗା ଆଦି ବିଭାଗ ସମ୍ବନ୍ଧରେ ଆଲୋଚନା କରିଥିଲେ।