ନର୍ଲା: ତାଲୁକ ଆଇନ ସେବା ସମିତି, ମ.ରାମପୁର ତରଫରୁ ସେବା ଜଗତ ଠାରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ
ଆଜି ବୁଧବାର ଦିନ ଶ୍ରୀ ଦିପ୍ତୀରଂଜନ ଦାଶ, ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟେଙ୍କ ସଭାପତିତ୍ୱରେ ମ.ରାମପୁର ସ୍ତିତ ସେବା ଜଗତ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା| ଏହି କାର୍ଯ୍ୟକର୍ମରେ ମ.ରାମପୁର ଓକିଲ ସଂଘର ସଭାପତି ଜୟ କୁମାର ସିଂହଦେଓ, ବରିଷ୍ଠ ଆଇନଜୀବୀ ଅଶ୍ୱିନ କୁମାର ପଣ୍ଡା, ଯତୀନ କୁମାର ସାହୁ, ତାଲୁକ ଆଇନ ସେବା ସମିତି, ମ. ରାମପୁର ସଭ୍ୟ ତଥା ଆଇନଜୀବୀ ସତ୍ୟଜିତ ଚାଟ୍ଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।