ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼। ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ଗତ ବିଳମ୍ବିତ ରାତିରେ ଉଠାଇନେଲା ପୁଲିସ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଚାଲିଛି ଜେରା । ଗତକାଲି ୧୧ଜଣଙ୍କୁ ଜେରା କରୁଥିଲା ପୋଲିସ । ରାତିରେ ୪ ଜଣଙ୍କୁ ଛାଡ଼ି ଦେଇଛି । ଏବେ ୭ ଜଣଙ୍କୁ ଜେରା ଚାଲିଛି । ବ୍ରହ୍ମପୁର ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ।