ମିନି ଷ୍ଟାଡିୟମରେ ଆଦର୍ଶ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସକାଳେ ‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ରେଢ଼ାଖୋଲ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଦଘାଟନ ସହ ପ୍ରାୟ ୨୪୫ କୋଟି ୫୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୦ଟି ଜନହିତକର ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିବା ସହ ଓଡ଼ିଶା ଏବଂ ଦେଶ ପ୍ରତି