ଶୁକ୍ରବାର ଦିନ ପ୍ରାୟ ୧୧ ଟାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ ରେ ଆୟୋଜିତ ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ। ଏହି ଅବସରରେ ସେଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଶାମାଖୁଣ୍ଟା ଗୋଷ୍ଠି ଉନ୍ନୟନ ଅଧିକାରୀ, ଚେୟାରମ୍ୟାନ, ପଞ୍ଚାୟତିରାଜ ବ୍ୟବସ୍ଥା ର ସଦସ୍ୟ ଓ ସଦସ୍ୟା, ସରପଞ୍ଚ ଓ ସ୍ଥାନୀୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ।