ଲକ୍ଷ୍ମୀପୁର: କୁଟୁଣୀପଦର ଗ୍ରାମର ପ୍ରସିଦ୍ଧ ଶୈବ ପୀଠରେ ପ୍ରବଳ ଭିଡ
କାର୍ତ୍ତିକ ମାସ ଦ୍ବିତୀୟ ସୋମବାରରେ ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁଟୁଣୀପଦର ଗ୍ରାମର ପ୍ରସିଦ୍ଧ ଶୈବ ପୀଠରେ ଆଜି ପ୍ରବଳ ସ୍ଥାନୀୟ ଅଞ୍ଚଳ ସମେତ ବହୁ ଦୂର ଦୁରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥିଲା।ଶୈବ ପୀଠଟି ପାହାଡ଼ ଉପରେ ଥିବାରୁ ରାସ୍ତାରୁ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ ଦିନ ୨ଟା ସମୟରେ ଦେଖିବାକୁ ମିଳିଥିଲା। ହେଲେ ପାର୍କିଙ୍ଗ ର ସୁବିଧା ନଥିବାରୁ ରାସ୍ତା କଡରେ ଯାନବାହାନ ଅଟକି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।