ଭଦ୍ରକ ଗ୍ରାମାଞ୍ଚଳ: ଜଳଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
ଭଦ୍ରକ ଜିଲ୍ଲା ଗେଲଟୁଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଜଳଙ୍ଗା ଗ୍ରାମରେ ଘରେ କୈଣସି କାରଣ ଯୋଗୁଁ ଆଜି ଦିନ ଦୁଇଟା ସମୟ ଭିତରେ ଏକ ବଖରା ଘର ସମ୍ପର୍ଣ ଜଳି ପୋଡି ଭଶ୍ମିଭୂତ ହେଇ ଯାଇଛି। ଆଜି ଦିନ ପ୍ରାୟ ଦୁଇ ଘଟିକା ସମୟରେ ହଠାତ ଘରେ ନିଆଁ ଲାଗିଥିଲା ଘରେ ଖାଇବାକୁ ବସିଥିବା ସମୟରେ କେହି କିଛି ବୁଝିବା ଆଗରୁ ଘର ସମ୍ପୂର୍ଣ ଜଳି ଯାଇଥିଲା। ଗ୍ରାମ ବାସୀ ମାନେ ନିଆଁ ଲିଭେଇ ବାକୁ ପ୍ରୟାସ କରିଥିଲେ ହିଁ ନିଆଁ କୁ ଆୟତ୍ତ କରିପାରି ନ ଥିଲେ ପରେ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ନିଆଁ ଲିଭେଇ ଥିବା ବେଳକୁ ଘର ସମ୍ପୂର୍ଣ ନଷ୍ଟ ହେଇ ଯାଇଥିଲା।