ଝାରସୁଗୁଡା ଜିଲ୍ଲା କୁମ୍ଭାରବନ୍ଧ ଭଟ୍ଟାରିକା ମନ୍ଦିର ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଏକ ପଥର ଚିପ୍ସ ବୋଝେଇ ଭାରିଯାନ l ଆଜି ସକାଳ ୭ ଟା ରୁ ୮ ଟା ମଧ୍ୟରେ ଏହି ଭାରିଯାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ, ଭାରିଯାନ ଟି ରମ୍ପେଲା ପଟୁ ବେଲପାହାଡ ପଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କୁମ୍ଭାରବନ୍ଧ ଭଟ୍ଟାରିକା ମନ୍ଦିର ନିକଟରେ ରାସ୍ତା ତଳକୁ ଖସି ଏକ ବିଲରେ ଓଲଟିପଡିଛି l