ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହୋଟେଲ ଅର୍ଚାଡ ସମ୍ମୁଖରେ ଠାରେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ତେବେ ମୃତକ ଜଣକ ଅନ୍ତର୍ଯ୍ୟାମୀ ଲେଙ୍କା ବୋଲି ସୂଚନା ମିଳିଛି। ଆଜି ଭୋର ସକାଳ ପ୍ରାୟ ସାଢ଼େ ପାଞ୍ଚଟା ସମୟରେ ଡ୍ୟୁଟି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଅନ୍ତର୍ଯ୍ୟାମୀ ଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଅନ୍ତର୍ଯ୍ୟାମୀ ଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି। ପୋଲିସ ଦୁର୍ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।