ଅନୁଗୋଳ: ଅନୁଗୋଳ ଅବକାରୀ ବିଭାଗର ପୁରୁଣାକୋଟ ଓ ଗଞ୍ଜରା ସାହିରେ ଚଢ଼ାଉ; ବିପୁଳ ପରିମାଣରେ ଦେଶୀ ମଦ ଜବତ ; ଜଣେ ଗିରଫ
Anugul, Angul | Nov 15, 2025 ଅନୁଗୋଳ ଅବକାରୀ ବିଭଗ ପକ୍ଷରୁ ଆଜି ପୁରୁଣାକୋଟ ଓ ଗଞ୍ଜରା ସାହିରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ମଦ ସହ ବ୍ୟାପକ ମହୁଲ ପୋଚ ନଷ୍ଟ କରିଥିବା ସୂଚନା ମିଳିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁପୁରୁଣାକୋଟ ଓ ଗଞ୍ଜରା ସାହିରେ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬୪୦ ଲିଟର ଦେଶୀ ମଦ, ୭୮୦୦ କେଜି ପୋଚ, ଦେଶୀ ମଦ ତିଆରି ହେଉଥିବା ୯ ଜାଗା, ୧୩ଟି ଡ୍ରମ , ୨୭ଟି ପାତ୍ର ନଷ୍ଟ କରିଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପ୍ରାୟ ଛଅ ଲକ୍ଷ ଟଙ୍