ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ବର ସାହୁ ତ୍ୱରିତ ନ୍ୟାୟ ଯୋଗେଇବା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ଉତ୍କୃଷ୍ଠ ତଦନ୍ତ କରି ଦୋଷୀ କୁ ଦଣ୍ଡିତ କରେଇବା ଏବଂ ନିଜର ଦକ୍ଷତା ପ୍ରତିପାଦିତ କରି କେନ୍ଦ୍ରୀୟ ଗୃହମନ୍ତ୍ରୀ ପଦକ ରେ ପୁରସ୍କୃତ ହୋଇଛନ୍ତି। ତେବେ ଏହାକୁ ନେଇ ଆଜି ସନ୍ଧ୍ୟା ସାଢ଼େ ଛଅଟା ସମୟରେ ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ୱର ସାହୁ ଙ୍କୁ ବ୍ରଜରାଜନଗର ବିଜେପି ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା ଜଣାଇ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ବ୍ରଜରାଜନଗର ବିଜେପି ମଣ୍ଡଳ ସଭାପତି ତପନ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ତାଙ୍କୁ ଫୁଲତୋଡ଼ା ଦେଇ