ବଲାଙ୍ଗୀର ଜିଲ୍ଲାର ବରକାନୀ ଗ୍ରାମରୁ ଏକ ହତବାକ୍ କରିଦେଇଥିବା ଘଟଣା ଆସିଛି ସମ୍ମୁଖକୁ। ସ୍ଥାନୀୟ ଜଣେ ଅଧିବାସୀଙ୍କ ଘର ଭିତରେ ରଖାଯାଇଥିବା ମାଛ ଜାଲରେ ଅଚାନକ ଜଣେ ବିଷାଳୁ ନାଗ ସାପ ଅଟକି ଛଟପଟ କରୁଥିବା ଦେଖି ଘରଲୋକ ଓ ପଡ଼ୋଶୀମାନେ ଭୟଭୀତ ହୋଇପଡ଼ିଥିଲେ। ସୂଚନା ପାଇ ଉଦ୍ଧାର କାରି ଦଳର ସଦସ୍ୟ ମହେନ୍ଦ୍ର ସାହୁ ସ୍ଥଳକୁ ପହଞ୍ଚି ସାବଧାନତାପୂର୍ଣ୍ଣ ଭାବେ ସାପଟିକୁ ଜାଲରୁ ମୁକ୍ତ କରି ସୁରକ୍ଷିତ ଭାବେ ଧରି ଜଙ୍ଗଲ ଅଞ୍ଚଳରେ ଛାଡ଼ିଦେଲେ।