ଗୋବିନ୍ଦପୁର: ବାମରା ଟ୍ରଷ୍ଟ ଫଣ୍ଡ କଲେଜରେ ଓଡ଼ିଆ ବିଭାଗ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ
ବାମରା ଟ୍ରଷ୍ଟ ଫଣ୍ଡ କଲେଜ୍ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷ କଳା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ନବନିଯୁକ୍ତ କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଭବିଷ୍ୟ ଗଠନ ପାଇଁ ପ୍ରେରଣା ଦେଇଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ସବିତା ନାୟକ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ଅନୁଶାସନ ପାଳନ କରିବା ନେଇ ମତ ବ୍ୟକ୍ତ କରିଥିଲେ।