ଜୟପୁର ସହର ନୂଆସାହି ପାର୍କ ଲାଇନ ଅଞ୍ଚଳର ଅଭିଯୁକ୍ତ ସୁଜୀତ ସାଗରକୁ ଗିରଫ କରି ଆଜି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୮ ତାରିଖରେ ଅଭିଯୁକ୍ତ ନାବାଳିକା ଝିଅକୁ ଅପହରଣ କରି ନେଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନ ପୁଲିସ ସୁଜୀତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଦୀପକ ପଣ୍ତା ସୂଚନା ଦେଇଛନ୍ତି।