ଆଜି ଅପରାହ୍ନ ୪ଟା ସମୟରେ ଆଗଲପୁର ମିନି ଷ୍ଟାଡିୟମ୍ ଠାରେ ଏଥେଲେଟିକ୍ସ ଏସୋସିଏସନ୍, ଆଗଲପୁର ତରଫରୁ ଆୟୋଜିତ ୪୮ତମ ଅଲ୍ ଓଡ଼ିଶା ଆଗଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆଜି ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ରାଉରକେଲା ଓ ସୁନ୍ଦରଗଡ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍କୁ ବହୁ ସଂଖ୍ୟକ କ୍ରିଡ଼ାପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ।