ବିଜୁ ଜନତା ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ର ଜନସମ୍ପର୍କ ପଦଯାତ୍ରା ଅଭିଯାନ ୨୦୨୫ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ବ୍ଲକ ବାରପୁଡଗିଆ ପଞ୍ଚାୟତ ରେ ଆୟୋଜିତ ହୋଇଥିଲା। ଏହି ଅବସରରେ ବଲାଙ୍ଗିର ବ୍ଲକ ର ଅଧ୍ୟକ୍ଷା ସ୍ମିତି ସରିତା ବାଗ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ। ସଭାପତି ଙ୍କ ଜନହିତକର ଯୋଜନା ଓ ପୂର୍ବ ସରକାରଙ୍କ ଜନସେବାମୂଳକ ପଦକ୍ଷେପ ଗୁଡ଼ିକୁ ଜନସାଧାରଣ ପାଖକୁ ପହଞ୍ଚାଇ ଲୋକ ସମ୍ପର୍କ ସୃଷ୍ଟି କରିବାରେ ଏହି ପଦଯାତ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।