ଅନୁଗୋଳ ଅବକାରୀ ବିଭାଗ ଓ ଜଙ୍ଗଲ ବିଭାଗର ଗଞ୍ଜେଇ ଚାଷ ଉପରେ ମିଳିତ ଚଢ଼ାଉ। ଛେଣ୍ଡିପଦା ଅଧିନସ୍ତ ଗୋପିବଲ୍ଲଭପୁର ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ । ଦିନ ପ୍ରାୟ 12 ଟା ରୁ ଆରମ୍ଭ ହୋଇଥିବା ମିଳିତ ଅପରେସନରେ 2 ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ। ଏହି ଚଢାଉରେ ଉଭୟ ବିଭାଗର ଏକାଧିକ ଅଧିକାରୀ ସାମିଲ ହୋଇଥିଲେ।