ବଲାଙ୍ଗୀର: ଦେଓଗାଁ ଥାନା ସାମ୍ନାରେ ନ୍ୟାୟ ଗୁହାରି ଆଦିବାସୀ ଦଳିତ ମହିଳାଙ୍କ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନ ଥିବା ଅଭିଯୋଗ
ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆକ୍ରମଣ ଓ ଜାତିଆଣ ଅପମାନର ଶିକାର ହୋଇଥିବା ଦୁଇ ଆଦିବାସୀ ଦଳିତ ମହିଳାଙ୍କ ଅଭିଯୋଗର ଦୀର୍ଘ ଦିନ ବିତିଯିବା ସତ୍ତ୍ୱେ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ, ବିଏଲସି ତଦନ୍ତକୁ କେନ୍ଦ୍ର କରି ଗତ ୮ ତାରିଖରେ ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟରେ ଗଣ୍ଡଗୋଳ ହୋଇଥିଲା ଏବଂ ପୀଡିତା ମହିଳାମାନଙ୍କୁ ମଡ଼ ଓ ଜାତିଆଣ ଗାଳିଗୁଲଜ କରାଯାଇଥିଲା। ଏନେଇ ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ବୁଝାମଣା ପାଇଁ ଚାପ ଦିଆଯାଉଥିବା ପୀଡିତାମାନେ ଆଜି ଅପରାହ୍ନ ୪ଟା ସମୟରେ କହିଛନ୍ତି।