ପାଲଲହଡା: ହିଙ୍ଗୁଳା ଖଣି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ବିଧାୟକଙ୍କ ଉପସ୍ଥିତିରେ ସହାୟତା ଘୋଷଣା
ଶାକସିଂହା ଗ୍ରାମର ଶ୍ରୀନିବାସ ନାୟକଙ୍କ ପୁତ୍ର ରଜତ କୁମାର ନାୟକ ଡ୍ରାଇଭର ଭାବରେ କାର୍ଯ୍ୟରତ ଥିଲେ ଗତକାଲି ହିଙ୍ଗୁଳା ଖଣି ଅଞ୍ଚଳ ଅନ୍ତର୍ଗତ ଟ୍ରକ ପାର୍କିଙ୍ଗ ଠାରେ ଟ୍ରକ ପାର୍କିଙ୍ଗରେ ଏକ ଟ୍ରକ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା l କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଅନଶନ କରିଥିଲେ । ସୋମବାର ସକାଳ ୧୧ ଘଟିକା ସମୟରେ ଖବରପାଇ ଘଟଣାସ୍ଥଳରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି MCL ତରଫରୁ ପ୍ରଦାନ କରାଯାଇଛି ।