ଢେଙ୍କାନାଳ ସଦର: ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ |
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ତରଫରୁ କୋତ୍ତମ ଅଞ୍ଚଳରୁ ଗଞ୍ଜେଇ ସହିତ ଗୋଟିଏ କାର, ୩ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ ସହ ୫ଜଣଙ୍କୁ ଗିରଫ କରାଯାଇଥିବା ଫାଣ୍ଡି ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ସୂଚନା ଦେଇଛନ୍ତି | ମହୀଧରପୁର ଅଞ୍ଚଳରୁ ୨୨ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଏକ ନାଲି କାର OD 02CN-1847 ରେ ଆଣୁଥିବାର ଖବର ପାଇଁ ଭାପୁର ଫାଣ୍ଡି ତରଫରୁ ଚଢ଼ାଉ କରି ଗାଡି ସହିତ ଗଞ୍ଜେଇ ଜବତ କରାଯାଇଥିଲା | ଏହି ଗାଡିକୁ ୩ଟି ମଟରସାଇକଲ ରେ ଏସ୍କାର୍ଟ କରି ଆଣୁଥିବା ବାଇକ ନଂ OD 19 Q- 1925,OD 02 CJ-4460, OD 19Q- 0934 ଗାଡି ସହିତ ୫ଜଣଙ୍କୁ ଗିରଫ କରାଯାଇଛି |