ବଲାଙ୍ଗୀର: ରାଜେନ୍ଦ୍ର କଲେଜ ଛକ ଠାରେ ରୀତିନୀତି ସହ ଦୁର୍ଗା ପୂଜା ପାଳନ
ବଲାଙ୍ଗୀର ରାଜେନ୍ଦ୍ର କଲେଜ ଛକ ଠାରେ ଦୁର୍ଗା ପୂଜା ରୀତିନୀତି ମାନ୍ୟ କରି ଧାମଧୁମରେ ପାଳନ କରାଯାଇଛି । ପାରମ୍ପରିକ ମନ୍ତ୍ରୋଚ୍ଚାରଣ ଓ ବିଧିପୂର୍ବକ ପୂଜା-ଅର୍ଚ୍ଚନା ହେବା ପରେ ଭକ୍ତଜନଙ୍କର ଭିଡ଼ ଦେଖାଗଲା । ଶ୍ରଦ୍ଧାଳୁମାନେ ପୂଜାର ବିଭିନ୍ନ ଆୟୋଜନ ପ୍ରତି ସନ୍ତୋଷ ବ୍ୟକ୍ତ କରିଥିବା ସହିତ ସମସ୍ତଙ୍କୁ ସାନ୍ତି-ସମୃଦ୍ଧିର ଆଶୀର୍ବାଦ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି ।