ଚିକିଟି ନିର୍ବାଚନ ମଣ୍ଡଳୀ ସୁନାପୁର ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ୧୫ ତମ ବାର୍ଷିକ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ମଂଗଳବାର ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଭାପତି ଧନଞ୍ଜୟ ବେହେରା, ସମ୍ପାଦକ ଶ୍ରୀବତ୍ସ ଲାଞ୍ଛନ ସାହୁ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ଭଗବାନ ବେହେରା ମିଳିତ ଭାବେ ଦୀପ ପ୍ରଜ୍ବଳନ କରି ଖେଳ ଉଦ୍ଘାଟନ କରିଥିଲେ।