ରେଢାଖୋଲ: ଦୀପାବଳିରେ ଅଘଟଣ, ଧଉରାଖମଣରେ ସଡ଼କ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର
ଦୀପାବଳିରେ ଅଘଟଣ, ଧଉରାଖମଣରେ ସଡ଼କ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର lରେଢ଼ାଖୋଲ ଥାନା ଅନ୍ତର୍ଗତ ବିଶିପାଲି- ସୁବର୍ଣ୍ଣପୁର ରାସ୍ତାର ଧଉରାଖମଣ ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ମୃତକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ କୁଡାପଡା ଗ୍ରାମର ଗୋବର୍ଦ୍ଧନ ସାହୁ ଓ ଗୁରୁତର ଜଣକ ସେହି ଗ୍ରାମର ଗୋପାଳ ସାହୁ ବୋଲି ଜଣା ପଡିଛି। ଉଭୟେ ବାଇକ ରେ ଆଜି ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।