ବଲାଙ୍ଗୀର: ବ୍ରାହ୍ମଣପଡାରେ ଧୁମଧାମରେ ପୁଅ ଜିଉଁତିଆ ଉତ୍ସଵ ପାଳିତ ପ୍ରତିକ୍ରିୟା ରଖିଲେ ପଡାର ମହିଳା
ବଲାଙ୍ଗିର ବ୍ରାହ୍ମଣପଡାରେ ପାରମ୍ପରିକ ଉତ୍ସାହ ଓ ଧାର୍ମିକ ଆସ୍ଥା ସହ ପାଳିତ ହେଲା ପୁଅ ଜିଉଁତିଆ ଉତ୍ସବ । ମା’ମାନେ ନିଜ ପୁଅଙ୍କ ଦୀର୍ଘାୟୁଷ୍ୟ ଓ ସୁସ୍ଥ୍ୟ ଜୀବନ ପାଇଁ ଉପବାସ କରି ଧର୍ମୀୟ ଆଚାର-ବିଚାର କଲେ । ସକାଳୁ ଘରେ ଆରମ୍ଭ ହୋଇଥିବା ଏହି ପର୍ବରେ ମା’ମାନେ ପୁଅଙ୍କୁ ଜୀଉଁତିଆ ବାନ୍ଧିଲେ । ସମାଜରେ ଖୁସିର ପରିବେଶ ବ୍ୟାପିଥିଲା । ଉତ୍ସବକୁ ନେଇ ମହିଳାମାନେ ଅତ୍ୟନ୍ତ ଖୁସିର ପ୍ରତିକ୍ରିୟା ରଖିଛନ୍ତି ।