ବାଲେଶ୍ବର ମ୍ୟୁନିସିପାଲଟି: ଗାନ୍ଧୀ ସ୍ମୃତି ଭବନ ଠାରେ ପାଳିତ ହୋଇଛି ସାଇବର ସୁରକ୍ଷା ଅଭିଯାନ, ଯୋଗ ଦେଲେ ସାଂସଦ,ବିଧାୟକ
ଦିନକୁ ଦିନ ବଢୁଥିବା ସାଇବର ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଥିଲା ବେଳେ ଆଜି ଦିନ ଗୋଟାଏ ବେଳେ  ଏହି ଅଭିଯାନ ବାଲେଶ୍ୱର ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।କିଭଳି ଅଦୃଶ୍ୟ ଅପରାଧୀ ସାଇବର ଠକ କୁ ମୁକାବିଲା କରିହେବ,ଏହାକୁ ନେଇ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲାର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମାନସ ଦତ୍ତ,ଜିଲ୍ଲାପରିଷଦ ସଭାପତି, ମ୍ୟୁନିସିପାଲିଟି ଅଧ୍ୟକ୍ଷା,DIG,SP ପ୍ରମୁଖ ଯୋଗ ଦେଇଥିଲେ।