ଆଳି: ଜମିବାଡ଼ି ବିବାଦରୁ ସଂଘବଦ୍ଧ ଆକ୍ରମଣରେ ମହିଳା ଓ ତାଙ୍କ ଦିଅର ଆହତ, ରାଜକନିକା ଥାନାର ଦ୍ୱାରସ୍ଥ
ଶୁକ୍ରବାର ଆଳି ନିର୍ବାଚନ ମଣ୍ଡଳୀ ନମତରା ଗାଁରେ ଜମିବାଡ଼ି ବିବାଦରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଆହତ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଦିଅର ବି ଆକ୍ରମଣର ଶିକାର ହୋଇଛନ୍ତି । ଏନେଇ ରାଜକନିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଓ ତାଙ୍କ ଦିଅର । ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁଥିବା ସୂଚନା ଦେଇଛି ।