ଝାରସୁଗୁଡା: ପରମାଣପୁର ଠାରେ ନୂତନ ସରକାରୀ ହୋମିଓପାଥିକ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପରମାଣପୁର ଠାରେ ନୂତନ ସରକାରୀ ହୋମିଓପାଥିକ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ସାଢେ ଦଶଟା ସମୟରେ ଆୟୋଜିତ ଏହି ଉଦ୍ଘାଟନି କାର୍ଯ୍ୟକ୍ରମ ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂତନ ସରକାରୀ ହୋମିଓପାଥିକ ଚିକିତ୍ସାଳୟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଅନେକ ଅଧିକାରୀ ଗଣ ଉପସ୍ଥିତ ରହିଥିଲେ। ଏହା ଦ୍ବାରା ସ୍ଥାନୀୟ ଜନସାଧାରଣଙ୍କୁ ଶସ୍ତା ଓ କାର୍ଯ୍ୟକାରୀ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଅତିଥି ଗଣ ମତବ