ଡାବୁଗାଁ: ମାଲିଗୁଡା ନିକଟରେ ସ୍କୁଟି କୁ ଧକଦେଲା ବାଇକ,ଦୁର୍ଘଟଣାରେ ଶିକ୍ଷୟିତ୍ରୀ ଆହତ
ଆଜି ଅପରାହ୍ନ 4.30 ଘଣ୍ଟା ସମୟରେ ମେଦନା ସୁରଭି କାର୍ଯ୍ୟକ୍ରମ ସରିବା ପରେ ବଦଲିଗୁଡା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଭସମିତା ସେନାପତି ଘରକୁ ଫେରିବା ସମୟରେ ମାଲିଗୁଡା ନିକଟରେ ଗୋଟିଏ ବାଇକ ତାଙ୍କ ସ୍କୁଟି କୁ ଧକାଦେଇ ଚାଲିଗଲା। ରାସ୍ତା କଡରେ ଶିକ୍ଷୟିତ୍ରୀ ଛିଟିକି ପଡ଼ିଥିଲେ। ପଛପଟୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ମାଧ୍ୟମରେ ଡାବୁଗାଁ ମେଡିକାଲକୁ ଆଣିଥିଲେ। ତାଙ୍କର ମୁଣ୍ଡରେ ଏବଂ ହାତରେ ଆଘାତ ବାଜିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ସୂଚନା ମିଳିଛି।