ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ୬ ତାରିଖ ଯାଏଁ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ପବନ ସହ ବର୍ଷା ଏବଂ ବଜ୍ରପାତ ହେବାନେଇ ୟୋଲ ୱାର୍ଣିଂ ଏବଂ ୭ ତାରିଖରେ ଅରେଞ୍ଜ ଜାରୀ ହୋଇଛି। ୭ ରୁ ୨୦ ସେଣ୍ଟିମିଟର ମଧ୍ୟରେ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ତେବେ ଏନେଇ ଶନିବାର ଦିନ ପ୍ରାୟ ୧.୩୦ ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରି ଏହି ୱାର୍ଣିଂ ଜାରୀ କରାଯାଇଛି।