ଦିଗପହଣ୍ଡି: ବଡ଼ଡିମ୍ବୁଳା ଗ୍ରାମରେ କଟରରେ ଗୋଡ଼ କଟି ଜଣେ ବ୍ୟକ୍ତି ଗୁରୁତର, ମେଡ଼ିକାଲରେ ଭର୍ତ୍ତି
ବଡ଼ଡିମ୍ବୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଟର ରେ କାଟୁଥିବା ବେଳେ ଗୋଡ଼ରେ କଟର ପଡ଼ି ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ଚେରୁ ଜେନା ବୟସ ୨୭ ବର୍ଷ ତାଙ୍କ ଘର ବଡ଼ଡିମ୍ବୁଳା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଚେରୁ ଜେନା ଜଣେ ମିସ୍ତ୍ରୀ ସେ ଏକ କଟର ରେ ଘର କାମ କରୁଥିଲେ ହେଲେ କାମ କରୁଥିବା ସମୟରେ ସେ ଭାରସାମ୍ୟ ହରାଇ କଟର ଟି ତାଙ୍କ ଗୋଡ଼ରେ ପଡ଼ି ଯାଇଥିଲା ଯାହାଫଳରେ ତାଙ୍କ ଗୋଡ଼ ରେ ଆଘାତ ଲାଗିଥିଲା ।