ବିଷ ପିଇ ମହିଳା ଗୁରୁତର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବଂଜାରୀ ଗ୍ରାମର ଜଣେ 38ବର୍ଷୀୟ ମହିଳା ବିଷ ପାନ କରି ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଛି। ମହିଳା ଜଣକ ପରମା ପାଣ୍ଡେ ବୋଲି ଜଣା ପଡିଛି ପରିବାରସ୍ତରରୁ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଡାକ୍ତରଙ୍କ କହିବା ଅନୁଯାୟୀ ମହିଳା ଙ୍କ ସ୍ୱାସ୍ଥ୍ୟରେ ସ୍ଥିରତା ଆଣିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଘଟଣାରେ ଗାଁ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ଆଉଟିକେ ଭଲ ସେ ଦରକାର