ବାମରା ନିକଟ ସାଧପଡ଼ା ଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ଅନ୍ୟ ଶ୍ରମିକଙ୍କ ସହ କୁଚିଣ୍ଡା ସାଲେଭାଡି ପଞ୍ଚାୟତ ଅନ୍ତର୍ଗତ ଲୁନ୍ଦରୁଡ଼ିହି ଗ୍ରାମର ରାଧୀ କିସାନ ମଧ୍ୟ କାମ କରୁଥିଲେ। ହେଲେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରେ ବାମରା ରୁ କୁଚିଣ୍ଡା ପଟକୁ ଯାଉଥିବା ଏକ ବାଇକ୍ ରାଧିଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ଅଣ୍ଟା ଓ ମୁହଁରେ ଆଘାତ ଲାଗି ସେ ଆହାତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।