ଗୋପାଳପୁର: ଗୋପାଳପୁର ମୁଖ୍ୟ ରାସ୍ତାରେ ଥିବା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ମଞ୍ଜୁ ଭଉଣୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମନ୍ତ୍ରୀ
ଗୋପାଳପୁର ମୁଖ୍ୟ ରାସ୍ତାରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ମଞ୍ଜୁ 4ଭଉଣୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ଶେଷ ଦର୍ଶନ କରିଛନ୍ତି ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ବ୍ରହ୍ମପୁର ପ୍ରଜାପିତା ବ୍ରହ୍ମକୁମାରୀର ମୁଖ୍ୟ ବିକେ ମଞ୍ଜୁଙ୍କ ଦେହାନ୍ତରେ ଗଭୀର ମର୍ମାହତ ସହ ସ୍ବର୍ଗତ ମଞ୍ଜୁ ଭଉଣୀ ଜଣେ ବାଗ୍ମୀ, ଜ୍ଞାନୀ, ସୁଲେଖିକା ତଥା ଇଶ୍ୱରୀୟ ଶକ୍ତିର ଅଧିକାରୀ ଥିଲେ। ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମନ୍ତ୍ରୀ ଜେନା l