କଦମ୍ବ ପଡ଼ିଆ ଠାରେ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କଦମ୍ବ ପଡ଼ିଆରେ ବୁଧବାର ସକାଳେ ପତଞଳୀ ଯୋଗ ସମିତି ପକ୍ଷରୁ ଆୟୋଜିତ ତିନି ଦିନିଆ ନିଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଗତ ସୋମବାର ଠାରୁ ଅନୁଷ୍ଠିତ ଏହି ଶିବିରରେ ଯୋଗ ଆସନ ଓ ପ୍ରାଣାୟାମ ଇତ୍ୟାଦି ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ପତଞଳି ଯୋଗ ସମିତିର ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାର ଏବଂ ଜିଲ୍ଲା ପ୍ରଭାରୀ ରଞ୍ଜନ ବେହେରା ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ ।