ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୧୯ ସ୍ଥିତ civics ସେଣ୍ଟର କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ
କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ..... ରାଉରକେଲା: ଆଜି ଶୁକ୍ରବାର ଦିନ ସନ୍ଧ୍ୟା ୮ଟା ସମୟରେ କସ୍ତୁରୀ ଆୟୋଜିତ ସାଂସ୍କୃତିକ ମହୋତ୍ସବ ସିଭିକ ସେଣ୍ଟର୍ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଭାରତୀୟ ଜୀଵନ ବୀମା ଶାଖା ପ୍ରବନ୍ଧକ ମରୁତସେନ ନନ୍ଦ, ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଆରଏସପିର ମୁଖ୍ୟମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ରାଧେଶ୍ୟାମ ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ମତ ରଖିଥିଲେ ।