ସିମୁଳିଆ: ସିମୁଳିଆ ବଜାର ରେ ସଂଗଠନ ପକ୍ଷରୁ ଅଭିନବ ଉପାୟରେ ରେ ପୋଷାକ ବଣ୍ଟନ
ଥିଲେ ଦିଅ ନଥିଲେ ନିଅ, ଏମିତି ଏକ ଅଭିନବ ଉପାୟରେ ଅସହାୟ ଗରିବ ଲୋକ ମାନଙ୍କ ମୁଁହ ରେ ହସ ଫୁଟାଇଛନ୍ତି ଅଗ୍ରଣୀ ସାମାଜିକ ସଂଗଠନ ଆପଣ ଏକା ନୁହଁନ୍ତି ଟ୍ରଷ୍ଟ l ସିମୁଳିଆ ବଜାର ରେ ଆଜି ଆପଣ ଏକା ନୁହଁନ୍ତି ଟ୍ରଷ୍ଟ ପକ୍ଷରୁ ଥିଲେ ଦିଅ ନଥିଲେ ନିଅ ମାଧ୍ୟମ ରେ ପୁରୁଣା ନୂଆ ପୋଷାକ ସଂଗ୍ରହ କରି ଗରିବ ଓ ଅସହାୟ ପରିବାର କୁ ପୋଷାକ ବଣ୍ଟନ କରି ତାଙ୍କ ମୁଁହ ରେ ହସ ଫୁଟାଇଛନ୍ତି l ଏଥିରେ ସଂଗଠନ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହିତ ବହୁ ଲୋକ ପହଁଚି ତାଙ୍କ ଘରେ ଥିବା ପୁରୁଣା ଓ ନୂତନ ବସ୍ତ୍ର ଦାନ କରିଥିଲେ l