ଗୋବିନ୍ଦପୁର: ମକର ଯାତ୍ରା ପଡ଼ିଆ ଠାରେ ଜଙ୍ଗଲ ଅଧିକାର ଆଇନ ପରାମର୍ଶ ସଭା ଅନୁଷ୍ଠିତ
ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ମକର ଯାତ୍ରା ପଡ଼ିଆ ଠାରେ ମଙ୍ଗଳବାର ଦିନ ଲୋକମୁକ୍ତି ସଙ୍ଗଠନ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ କୁନେଇ ବ୍ଲକ ସ୍ତରୀୟ ପରାମର୍ଶ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଙ୍ଗଠନ ଉପଦେଷ୍ଟା ଅନନ୍ତ ଭାଇ ଉପସ୍ଥିତ ରହି ଜଙ୍ଗଲ ଅଧିକାର ଆଇନ୍ ବିଷୟରେ ସଚେତନ କରିଥିବା ବେଳେ ମୁଖ୍ୟ ସନ୍ଯୋଜକ ଜିନିତ ସମାଦ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ମତ ବ୍ୟକ୍ତ କରିଥିଲେ। ରାଜସ୍ବ ପର୍ଯ୍ୟବେକ୍ଷକ ସତ୍ୟନାରାୟଣ ଦାସ ଓ ଫୋରେଷ୍ଟର ଅନିମା ମହାପାତ୍ର ଆଲୋଚନାରେ ଭାଗ ନେଇ ଆଇନ କାର୍ଯ୍ୟକାରିତା ପ୍ରତିଶ୍ରୁତି ଦେଇଥିଲେ।