ପୋଲିସ ମୁଖ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା–୨୦୨୫ ର ଆରମ୍ଭ, ବଲାଙ୍ଗୀର ପୁଲିସ ଙ୍କ ସକ୍ରିୟ ଯୋଗଦାନ ସାଇବର ସୁରକ୍ଷା ଓ ସଚେତନତା ବିଷୟରେ ଲୋକମାନଙ୍କ ମଧ୍ୟରେ ଜାଗୃକତା ଆଣିବା ଉଦ୍ଦେଶ୍ୟରେ ଆଜି ଅପରାହ୍ନ ୧ଟା ସମୟରେ ରାଜ୍ୟସ୍ତରୀୟ “Cyber Safety Campaign Odisha 2025” ର ଶୁଭାରମ୍ଭ ହୋଇ ଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଭାବେ ଉଦ୍ଘାଟନ କରି ଥିଲେ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟବାସୀଙ୍କ ମଧ୍ୟରେ ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ଇଣ୍ଟରନେଟ ବ୍ୟବହାର ବିଷୟରେ ସଚେତନତା ଫେଲାଇବା ଲକ୍ଷ୍ୟ ରଖାଯାଇଛି।