ସୋର: କଲେଜଛକ ନିକଟରେ ପରିବହନ ବିଭାଗର ଗାଡି ମୋଟର ଯାଞ୍ଚ, ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ
Soro, Balasore | Nov 2, 2025 ବାଲେଶ୍ୱର ପରିବହନ ବିଭାଗ ତରଫରୁ କଲେଜ ଛକରେ ଚଢ଼ାଉ କରି ଫାଇନ ଆଦାୟ କରାଯାଇଥିବା ଜଣାପଡିଛି।ବାଲେଶ୍ୱର ପରିବହନ ବିଭାଗର କନିଷ୍ଠ ଏମଭିଆଇ ଦୀନେଶ ରଞ୍ଜନ ବେହେରା,ଦେବସ୍ମିତା ନାୟକ, ସୋର ଥାନା ଏସଆଇ ସୌମ୍ୟ ରଞ୍ଜନ ଜେନା, କନେଷ୍ଟବଳ ମମତା ସେଠୀଙ୍କୁ ନେଇ ଏକ ଟିମ କଲେଜଛକ ନିକଟରେ ହେଲମେଟ, ଲାଇସେନ୍ସ, ଫିଟନେସ, ଇନ୍ସୁରାନ୍ସ, ଡଙ୍କ ଆଣ୍ଡ ଡ୍ରାଇଭ ଚିକିଙ୍ଗ କରିଥିଲେ। ଏହି ସମୟରେ ମୋଟ ଦୁଇ ଲକ୍ଷ ଅଠର ହଜାର ଟଙ୍କାର ଫାଇନ ଆଦାୟ କରାଯାଇଥିଲା। ଏହି ଚେକିଂ ସମୟରେ ସୋର ଥାନାରେ କାର୍ଯ୍ୟରତ ଏପିଆର କନେଷ୍ଟବଳ ସାମିଲ ହୋଇଥିଲେ।