ପଟ୍ଟାଙ୍ଗୀ: ବତ୍ରିସ ସିଂହାସନ ନନ୍ଦପୁରରେ ରୂପା ଅଳଙ୍କାର ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମା ଦୁର୍ଗା, ଦର୍ଶନ କରୁଛନ୍ତି ଭକ୍ତ
ସାରା ରାଜ୍ୟର ବିଭିନ୍ନ ସହରରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।ସୋମବାର ମା’ଦୁର୍ଗାଙ୍କ ପୀଠେ ମହାଷ୍ଟମୀ ଓ ମଣ୍ଡପରେ ପବିତ୍ର ମହାସପ୍ତମୀ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ଶ୍ରଦ୍ଧାଳୁ ରାତି ପୂଜାମଣ୍ଡପରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଥିବା ବେଳେ ମଣ୍ଡପରେ ମାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମାଆ ଦୁର୍ଗା ସୋମବାର ଠାରୁ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି।