ବୀରମହାରାଜପୁର: ବେଳପଡା ମଗରକୁନ୍ଦା ବ୍ରିଜ ଉପରୁ ଖସିଲା ବାଇକ, ଜଣେ ମୃତ
ବିନିକା ଥାନା ଅନ୍ତର୍ଗତ ବେଳପଡା ମଗରକୁନ୍ଦା ବ୍ରିଜ ଉପରୁ ଖସିଲା ବାଇକ, ଜଣେ ମୃତl ମୃତ ବ୍ୟକ୍ତି ଜଣକ ଭ୍ରମରପାଳିର ଯୁଦ୍ଧ ମନ୍ୟୁ ଦୁଆରୀ l ସୂଚନା ଅନୁସାରେ ଯୁଦ୍ଧ ମନ୍ୟୁ ଗତକାଲି ରାତିରେ ଘରୁ ଖାଇ ସାରିବା ପରେ ଏକ ରାଇସମିଲକୁ କାମ କରିବାକୁ ଯାଉଥିବା ସମୟରେ ବାଇକ ଭାରସାମ୍ୟ ହରାଇ ବେଳପଡା ମଗରକୁନ୍ଦା ବ୍ରିଜ ଉପରୁ ତଳକୁ ଖସି ପଡିଥିଲା l ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତର ଖାନାରେ ଭର୍ତି କରିଥିଲେ l ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା l ପୁଲିସ ଆଜି ସବ ଜବତ ସହ ସକଳ ସମୟରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଘଟଣାର ତଦନ୍ତ ଜାରି ରଖ