ଛତ୍ରପୁର: ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଗ୍ନିକାଣ୍ଡ ନିବାରଣ ଓ ହ୍ରାସ ବୈଠକ ଅନୁଷ୍ଠିତ
ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଗ୍ନିକାଣ୍ଡ ନିବାରଣ ଓ ହ୍ରାସ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶନିବାର ଅପରାହ୍ନରେ ଜିଲ୍ଲାପାଳ ଭି.କିର୍ତି ଭାସନ ଅଧକ୍ଷ୍ୟତା କରିଥିଲେ। ଗଞ୍ଜାମ ଜିଲାରେ ୫ଟି ଡିଭିଜନରେ ଜଙ୍ଗଲ ରହିଛି। ବ୍ରହ୍ମପୁର ଡିଭିଜନ,ଘୁମୁସୁର ଉତର,ଘୁମୁସୁର ଦକ୍ଷିଣ,ପାରଳାଖେମୁଣ୍ଡି ଓ ଚିଲିକା ବନ୍ୟପ୍ରାଣୀ ଅଚଂଳରେ ଜଙ୍ଗଲ ରହିଛି। ଜଙ୍ଗଲ ସୁରକ୍ଷା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।