କିଶୋରନଗର ମଣ୍ଡଳ ପର୍ଯ୍ୟବେକ୍ଷକଙ୍କୁ ବିଜେଡି ନେତା ମାରିବା ପାଇଁ ଧମକ ଦେଇଥିବା ଅଭିଯୋଗ କରି ମଙ୍ଗଳବାର ବିଜେପି ପକ୍ଷରୁ କିଶୋରନଗର ଥାନାରେ ଏତେଲା ଦିଆଯାଇଛି। ଏହା ସହିତ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଭେଟିଥିବା ଜଣାଯାଇଛି।