ବ୍ରହ୍ମପୁର ବଡ଼ ମେଡିକାଲରୁ ଏକ ଓଲା ସ୍କୁଟର୍ ଚୋରୀ ହୋଇଛି। ବୁଧବାର ଏହି ସ୍କୁଟର କୁ ଚୋରୀ କରି ନେଇ ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତେବେ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଓଲା ସ୍କୁଟର ଚୋରୀ ହୋଇଥିବା ବେଳେ ବଡ଼ ମେଡିକାଲରେ କାର୍ଯ୍ୟ ବ୍ଯସ୍ତତା ଯୋଗୁଁ ଅନେକ ଲୋକ ମୋଟରସାଇକେଲ ରଖିଥାନ୍ତି। ତେବେ ଚୋରୀ ବେଳର ସିସିଟିଭି କ୍ୟାମେରା ରେ କଏଦ୍ ହୋଇଥିବା ବେଳେ ବୁଧବାର ସଂଧ୍ୟାରେ ଏହି ଭିଡିଓ ଭାଇରାଲ ହେଉଛି।